ସିଦ୍ଧଗିରି ଆଶ୍ରମ ୩୦୦ ବର୍ଷରୁ ଉର୍ଦ୍ଧ୍ବ ଏକ ପ୍ରାଚୀନ ଓ ଏତିହ୍ୟ ସମ୍ପନ୍ନ ତଥା ମାଳିକା ବର୍ଣ୍ଣିତ ଉପାସନା ପୀଠ।

୧୮୭୦ ମସିହାରେ ସିଦ୍ଧଶୈଳ ନିବାସୀ ବ୍ରହ୍ମ ଅବଧୂତ ମହାପୁରୁଷ ହାଡ଼ିବନ୍ଧୁ ଦାସଙ୍କ ସାଧନାର ପୀଠ ଭାବରେ ଏହି କ୍ଷେତ୍ର ସର୍ବଜନ ବିଦିତ। କଟକ ଜିଲ୍ଲା  ନିକଟରେ ଏହି ସିଦ୍ଧଗିରି ପୀଠ ଅବସ୍ଥିତ ।

ପାଖାପାଖି ୫ ଏକର ଜାଗା ପରିମିତ ଛୋଟ ପାହାଡ଼ ଉପରେ ଏହି ପୀଠ ଦଣ୍ଡାୟମାନ।

ଏହି ପୀଠକୁ ଆସିବା ନିମନ୍ତେ ପୂର୍ବପଟେ ବାଇଶି ପାହାଚ  ଓ ଭତ୍ତର ପଟେ ମଟରଗାଡ଼ି ଯିବା ଆସିବା ନିମନ୍ତେ ଏକ ସୁଦୀର୍ଘ ପକ୍ହା ରାସ୍ତା ରହିଅଛି।

ସିଦ୍ଧଗିରି ପୀଠ ପରିସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମହାବୀର ହନୁମାନଙ୍କ ମନ୍ଦିର, ପୀଠଦେବୀ ମା' ସିଦ୍ଧେଶ୍ଵରୀଙ୍କ ମନ୍ଦିର, ମୋହନ ଗୋସ୍ଵାମୀଙ୍କ ସମେତ ମହାପୁରୁଷ ହାଡ଼ିବନ୍ଧୁ ଦାସଙ୍କ ସମାଧି ମନ୍ଦିର ଓ ପୂଜ୍ୟ ଗୁରୁ ଶ୍ରୀମଦ୍‌ ଆଚାର୍ଯ୍ୟ ନାରାୟଣ ଦାସଙ୍କ ସମାଧି ମନ୍ଦିର ରହିଛି।

ଏଠାରେ ରହିଥୁବା ପ୍ରାଚୀନ ଜଗନ୍ନାଥଙ୍କ  ପ୍ରାୟତଃ ୧୯୦୦ ମସିହାରୁ ପୂଜିତ । ଆଶ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କର ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ପାଳନ କରାଯାଏ ।

ବିଗ୍ରହମାନଙ୍କର ଦୈନନ୍ଦିନ ଯଥାରୀତି, ନୀତି ଅନୁଯାୟୀ ଉପଚାର ଓ ପୂଜା ନୀତି ସମ୍ପାଦିତ ହୋଇଥାଏ ।

ଯାଜପୁର, କଟକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ପୁରୀ, ଖୋର୍ଵା ତଥା ଓଡ଼ିଶାର ଅଧୁକାଂଶ ଜିଲ୍ଲାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ପୀଠକୁ ଦୈନିକ ଆସି ପୀଠ ଦର୍ଶନ କରିବା ସହ ବିଭୂକୃପା ଲାଭ କରନ୍ତି ।

ଆଗନ୍ତୁକ ଭକ୍ତ ଓ ଦର୍ଶନାର୍ଥୀମାନଙ୍କର ପ୍ରଦତ୍ତ ଭିକ୍ଷାରେ ଆଶ୍ରମର ଦୈନନ୍ଦିନ ନିତିକାନ୍ତି ସମ୍ପାଦିତ ହେବା ସହ ଆଶ୍ରମର ଅନ୍ତେବାସୀମାନେ ଜୀବନ ନିର୍ବାହ କରିଥାନ୍ତି ।

ଓଡ଼ିଶାର ବହୁ ସାଧୁସନ୍ଥ ବିଭିନ୍ନ ସମୟରେ ଏହି ପୀଠରେ ରାତ୍ରି ଯାପନ କରିଥାନ୍ତି। ଏହି ପୀଠର ପରମ୍ପରା ସମ୍ପର୍କରେ ପଞ୍ଚସଖା ସମୟର ଦିବ୍ୟ ପୁରୁଷ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ରଚିତ ଅନେକ ମାଳିକା ଳେଖନୀରେ ଉଲ୍ଲେଖ କରିଛନ୍ତି।

ଅଜବ ମନ୍ଦିରର ଗଜବ କାହାଣୀ। ଜାଣିବା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...