ପିଲାଙ୍କ ସବୁଠାରୁ ପ୍ରିୟ ସ୍ନାକ୍ସ ହେଉଛି କୁରକୁରେ ଏବଂ ଚିପ୍ସ।

କେବଳ ପିଲା ନୁହେଁ ଯୁବବର୍ଗ ବି କୁରକୁରେ ଓ ଚିପ୍ସ ଖାଇବାକୁ ଖୁବ୍‌ ଭଲ ପାଆନ୍ତି।

ଏବେ ବଜାରରେ ବିଭିନ୍ନ ଫ୍ଲେଭର ଓ ଭେରାଇଟି ପ୍ରକାରର କୁରକୁରେ ମିଳୁଛି।

କିନ୍ତୁ କୁରକୁରେ ଖାଇବା ଦ୍ବାରା ସାଂଘାତିକ ରୋଗ ହେବାର ସମ୍ଭାବନା ରହିଛି।

ପରିବାର ଲୋକେ ଏହାକୁ ଅଣଦେଖା କରନ୍ତି, ଯାହାକି ପିଲାଙ୍କ ପାଇଁ କାଳ ହୋଇପାରେ।

କୁରକୁରେ ଅଧିକ ମାତ୍ରାରେ ଖାଇବା ଦ୍ବାରା ମୋଟାପଣ ବଢିଥାଏ।

କୁରକୁରେ ଓ ଚିପ୍ସରେ ସଲ୍ଟ ମାତ୍ରା ଅଧିକ ଥିବାରୁ ଏହା ରକ୍ତଚାପ ବଢାଇଥାଏ।

ପେଟ ଯନ୍ତ୍ରଣା ହେବା ସହିତ ବିଭିନ୍ନ ପ୍ରକାରର ପେଟ ରୋଗ ଦେଖା ଦେଇଥାଏ ।

କୋଲେଷ୍ଟ୍ରଲ୍‌, କ୍ୟାଲୋରୀ ଏବଂ ଡାଇବେଟିସ୍‌ ହେବାର ପ୍ରମୁଖ କାରଣ ହେଉଛି କୁରକୁରେ ଓ ଚିପ୍ସ।

ହୃଦରୋଗ, ଦାନ୍ତ ସମସ୍ୟା ତଥା କିଡନୀ ରୋଗକୁ ଡାକିଆଣିଥାଏ କୁରକୁରେ ଓ ଚିପ୍ସ।