କିଏ ସେ ମୋଗଲ ବାଦଶାହ ଯାହାକୁ ନିଜ ପୁରୁଷତ୍ବ ପ୍ରମାଣ କରିବାକୁ ପଡିଥିଲା

ଶାହାଜାହାନଙ୍କ ପୁତ୍ର ଔରଙ୍ଗଜେଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟ ପୁରା ଦୋହଲି ଯାଇଥିଲା । ସବୁଆଡ଼େ ବିଦ୍ରୋହ ସ୍ବର ଶୁଭୁଥିଲା

ଏହାରି ମଧ୍ୟରେ ୧୭୦୭ରେ ଔରଙ୍ଗଜେବଙ୍କ ପୁଅ ବାହାଦୂର ଶାହ ମୋଗଲ ସାମ୍ରାଜ୍ୟର ଭାର ସମ୍ଭାଳିଲେ । କିନ୍ତୁ ସେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରିନଥିଲେ ।

ଏହା ପରେ ମହମ୍ମଦ ଶାହ ରଙ୍ଗିଲା ସାମ୍ରାଜ୍ୟକୁ ସମ୍ଭାଳିବାକୁ ଆଗେଇ ଆସିଲେ । ସେ ନିଜକୁ ଜଣେ ଭଲ ସମ୍ରାଟ ପ୍ରମାଣ ମଧ୍ୟ କଲେ । କିନ୍ତୁ ଗୋଟିଏ ଗୁଜବ ତାଙ୍କୁ ଦୋହଲାଇଦେଇଥିଲା

ମହମ୍ମଦ ଶାହ ରଙ୍ଗିଲା କଳା ପ୍ରେମୀ ଥିଲେ । ତାଙ୍କ ଜେଜେ ଔରଙ୍ଗଜେବ ଯେଉଁ କଳା ଓ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ରଙ୍ଗିଲା ସେହି କଳାର ଉନ୍ନତି ପାଇଁ ପ୍ରମୁଖ ଭୂମିକା ନିଭାଇଥିଲେ

କିନ୍ତୁ କିଛି ଖଳ ପ୍ରକୃତିର ଲୋକ ରଙ୍ଗିଲାଙ୍କ ବାବଦରେ ଗୁଜବ ଖେଳାଇଦେଇଥିଲେ । ସେ ନଂପୁସକ ବୋଲି ଚାରିଆଡ଼ି ଖବର ବ୍ୟାପିଯାଇଥିଲା । ସେ ଶାସନ କରିବା ପାଇଁ ଯୋଗ୍ୟ ନୁହେଁ ବୋଲି ଦାବି ହେଉଥିଲା

ଏହା ପରେ ରଙ୍ଗିଲାଙ୍କୁ ନିଜ ପୁରୁଷତ୍ବର ପରୀକ୍ଷା ଦେବାକୁ ପଡ଼ିଥିଲା

ଐତିହାସିକ ବିଲିୟମ ଡେଲିରିମ୍ପଲଙ୍କ ଅନୁସାରେ ଜଣେ ଚିତ୍ରକାରଙ୍କ ସାହାଯ୍ୟରେ ଦାସୀଙ୍କ ସହ ସମ୍ପର୍କ ସ୍ଥାପନା ସମୟର ଚିତ୍ର ପ୍ରସ୍ତୁତ କରିଥିଲେ

ଏହା ପରେ ମହମ୍ମଦ ଶାହ ରଙ୍ଗିଲାଙ୍କ ପ୍ରତି ଲୋକମାନଙ୍କ ପ୍ରେମ ଓ ସମ୍ମାନ ବଢିବାକୁ ଲାଗିଲା । ପ୍ରଜା ତାଙ୍କୁ ପସନ୍ଦ କରିବାକୁ ଲାଗିଲେ

ମା ପେଟରୁ ବି ହୁଏ କଳା  ଯାଦୁ, କାହାଣୀ ଶୁଣିଲେ ଥରିଯିବେ ଆପଣ