ଅଧରାତିରେ ଲାଲ କିଲ୍ଲା ଛାଡ଼ି ପଳାଇଥିଲେ ଏହି ମୋଗଲ ଶେହଜାଦି

ଭାରତରେ ମୋଗଲମାନେ ୩୦୦ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଶାସନ କରୁଥିଲେ । ମୋଗଲ ସାମ୍ରାଜ୍ୟର ମୂଳ ବାବର ସ୍ଥାପନ କରିଥିଲେ

ଏହି ମୋଗଲ ରାଜାମାନଙ୍କ ପ୍ରଭାବ ସକରାତ୍ମକ ଥିବା ବେଳେ କିଛିଜଣଙ୍କର ବେଶ ନକରାତ୍ମକ ଥିଲା

ଏମାନଙ୍କ ମଧ୍ୟରୁ ଜଣେ ମୋଗଲ ଶେହଜାଦିଙ୍କ କଷ୍ଟଭରା କାହାଣୀ ମଧ୍ୟ ରହିଛି । ଯିଏ ଅଧରାତିରେ ଲାଲକିଲ୍ଲା ଛାଡ଼ି ପଳାଇଥିଲେ

ମୋଗଲ ରାଜକୁମାରୀ କୁଲସୁମ ଜମାନୀ ବେଗମଙ୍କ କଥା କହୁଛୁ..ସେ ବାହାଦୂର ଶାହ ଜଫରଙ୍କ ଆଖିର ତାରା ଥିଲେ

ବେଗମଙ୍କର ଲାଲକିଲ୍ଲାରେ କୌଣସି ଅଭାବ ନଥିଲା । ଚାକରବାକରଠୁ ଆରମ୍ଭ କରି ସବୁଥିରେ ତାଙ୍କୁ ସୁବିଧା ଯୋଗାଇଦିଆଯାଇଥିଲା ।

୧୮୫୭ରେ ଇଂରେଜମାନେ ଲାଲକିଲ୍ଲାକୁ ଘେରାଉ କରିଥିଲେ । ବାଦଶାହଙ୍କ ଖାନଦାନ ଜୀବନ ବଞ୍ଚାଇ ପଳାଇବାକୁ ଲାଗିଲେ

ଇଂରେଜମାନେ ନୃଶଂସ ଭାବେ ରାଜକୁମାରୀମାନଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲେ ।

ଏହାରି ମଧ୍ୟରେ ମୋଗଲ ଖାନଦାନର ସବୁଠୁ ପ୍ରିୟ ରାଜକୁମାରୀ କୁଲସୁମ ବେଗମ ଅଧ ରାତିରେ ଲାଲକିଲ୍ଲା ଛାଡି ପଳାଇଥିଲେ

ପ୍ରସିଦ୍ଧ ଐତିହାସିକ ଖ୍ବାଜା ହସନ ନିଜାମି ନିଜ ପୁସ୍ତକରେ ଲେଖିଛନ୍ତି ଯେ ସେଠାରୁ ଆସିବା ପରେ ରାଜକୁମାରୀଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା

ସେ ଭୂମି ଉପରେ ଶୋଉଥିଲେ । ଜୀବନର ଶେଷ ସମୟରେ ସେ ଦିଲ୍ଲୀର ଏହ ଦରଘାରେ କୋଣରେ ପଡିରହିଥିବାର ନଜର ଆସିଥିଲେ

ଗର୍ଭବତୀ ଥିବା ସମୟରେ ୭୮୭କିମି  ତାଲିଥିଲେ ମୋଗଲ ସାମ୍ରାଜ୍ଞୀ