ଇତିହାସରେ ଏମିତି ଅନେକ କାହାଣୀ ଅଛି, ଯାହା ଉପରେ ବିଶ୍ବାସ କରିବା କଷ୍ଟକର।

ଏମିତି ଏକ ଘଟଣା ୯୦୦ ବର୍ଷ ପୂର୍ବେ ବ୍ରିଟେନରେ ଘଟିଥିଲା। ଯାହା ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି।

ସେହି ସମୟରେ ଜନତାଙ୍କ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଭାର ପଡୁଥିଲା। ଯେଉଁଥି ପାଇଁ ଜନତା ଅସନ୍ତୁଷ୍ଟ ରହୁଥିଲେ।

ଏହି କଷ୍ଟ ଦେଖିବା ପରେ ସେହି ସମୟର ରାଣୀ ଲେଡି ଗୋଡିୱା ନିଜ ସ୍ବାମୀ ଅର୍ଥାତ୍ ରାଜା ଅର୍ଲ ଲିଓଫ୍ରିକ୍‌ଙ୍କୁ ଟ୍ୟାକ୍ସ ଭାର ହଟାଇବା ପାଇଁ କହିଥିଲେ।

ଏହି ଉପରେ ତାଙ୍କ ସ୍ବାମୀ ତଥା ରାଜା ଲିଓଫ୍ରିକ ରାଣୀଙ୍କ ସାମ୍ନାରେ ଏକ ଅଜବ ସର୍ତ୍ତ ରଖିଥିଲେ।

ସର୍ତ୍ତ ହେଲା ଯେ ଯଦି ରାଣୀ ଲଣ୍ଡନ ରାସ୍ତାରେ ବିନା ପୋଷାକ ବୁଲିବେ ତେବେ ଜନତା ଟିକସ ମୁକ୍ତ କରିଦିଆଯିବ।

ରାଣୀ ଲେଡି ଗୋଡିୱା ଏହି ସର୍ତ୍ତ ମାନିଥିଲେ ଆଉ ସଙ୍ଗେ ସଙ୍ଗେ ଘୋଷଣା ଜାରି କରିଥିଲେ।

ଘୋଷଣା ଥିଲା ଯେ ଉଲଗ୍ନ ଘୋଡ଼ା ଯାତ୍ରା ସମୟରେ କୌଣସି ଲୋକ ବାହାରକୁ ବାହାରିବେ ନାହିଁ। ସେହିପରି ନିଜ ଘରର କବାଟ ଓ ଝରକା ମଧ୍ୟ ବନ୍ଦ ରଖିବେ।

ଲେଡି ଗୋଡିୱା ସ୍ବାମୀଙ୍କ ଏହି ସର୍ତ୍ତ ପୂରଣ କରିଥିଲେ। ଏମିତି କରି ସେ ଜନତାଙ୍କ ଉପରୁ ଟିକସ ଭାର ହଟାଇ ଦେଇଥିଲେ।

ହେଲେ ଜଣେ ବ୍ୟକ୍ତି ରାଣୀଙ୍କୁ ଉଲଗ୍ନ ଅବସ୍ଥାରେ ଦେଖି ଦେଇଥିଲେ। ଦଣ୍ଡ ରୂପେ ସେହି ବ୍ୟକ୍ତିଙ୍କ ଆଖି ବାହାର କରିଦେଇଥିଲେ ସେନା।

ବାସି ରୁଟି ଦୂର କରିବ ଆପଣଙ୍କ ଏହି ସମସ୍ୟା