Ravan Dahan: ଆଜି ହେଉଛି ବିଜୟାଦଶମୀ। ଆଜିର ଦିନରେ ଦାନବ ରାବଣଙ୍କୁ ମାରି ମାତା ସୀତାଙ୍କୁ ବନ୍ଦିରୁ ମୁକ୍ତ କରିଥିଲେ ପ୍ରଭୁ ଶ୍ରୀରାମ ଚନ୍ଦ୍ର। ତେଣୁ ଆଜିର ଦିନରେ ହିଁ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା।

ଦଶହରା ବିଜୟାଦଶମୀରେ ଆଜି ଭାରତର ସବୁ ସ୍ଥାନରେ ହୁଏ ରାବଣ ପୋଡ଼ି। କିନ୍ତୁ ଭାରତର ଏପରି ଏକ ସ୍ଥାନ ରହିଛି ଯେଉଁଠି ଏହି ରାବଣ ପୋଡ଼ି ହୁଏନାହିଁ।

ଅହଂକାରୀ ରାବଣଙ୍କର ଅନେକ ରୂପ ଓ ଗୁଣ ଥିଲା, ଯେଉଁଥିପାଇଁ ତାଙ୍କୁ ମଧ୍ୟ ମହାନ ବୋଲି ବର୍ଣ୍ଣନା କରାଯାଇଥିଲା। ସେ ଜଣେ ପଣ୍ଡିତ ଥିଲେ ଯିଏ ଅନେକ କଳା ବିଷୟରେ ପାରଦର୍ଶୀ ଥିଲେ।

ଏହା ବ୍ୟତୀତ ସେ ଭଗବାନ ଶିବଙ୍କର ଜଣେ ବଡ଼ ଭକ୍ତ ଥିଲେ। ଏହି କାରଣରୁ ଦେଶରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ।

କେତେକ ସ୍ଥାନରେ ଲୋକମାନେ ମଧ୍ୟ ତାଙ୍କୁ ପୂଜା କରନ୍ତି। ଏହି ସ୍ଥାନଗୁଡିକ ହିମାଚଳ ପ୍ରଦେଶର ଏକ ସ୍ଥାନରେ ଅନ୍ତର୍ଭୁକ୍ତ ହୋଇ ରହିଛି।

ଯେଉଁଠାରେ ଦଶହରା ପାଳନ କରାଯାଏ ନାହିଁ। ଆସନ୍ତୁ ଜାଣିବା କାହିଁକି ଏହି ସ୍ଥାନରେ ପାଳନ କରାଯାଏ ନାହିଁ ଦଶହରା। ହିମାଚଳ ପ୍ରଦେଶର ବୈଜନାଥରେ ଦଶହରା ପାଳନ କରାଯାଏ ନାହିଁ।

ବିଶ୍ୱାସ କରାଯାଏ ଯେ ଦଶହରା ଦିନ ଯେଉଁମାନେ ରାବଣକୁ ଜାଳି ଦିଅନ୍ତି ସେମାନଙ୍କ ସହିତ ଖରାପ ଘଟଣା ଘଟେ।

ବୈଜନାଥ ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାରେ ଅବସ୍ଥିତ। ଏହି ସ୍ଥାନରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି।

ବିଶ୍ୱାସ କରାଯାଏ ଯେ ଯେଉଁ ଶିବଲିଙ୍ଗ ରାବଣ ଲଙ୍କା ନେଇ ଯାଉଥିଲେ, ତାହା ଏଠାରେ ପ୍ରତିଷ୍ଠିତ ହୋଇଛି। ତ୍ରେତୟା ଯୁଗରେ, ଶିବଙ୍କଠାରୁ ଅମରତାର ଲାଭ ପାଇବା ପାଇଁ ରାବଣ କଠୋର ତପସ୍ୟା କରିଥିଲେ।

ଏହା ପରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କ ଅଂଶ ସଦୃଶ ଶିବଲିଙ୍ଗଙ୍କୁ ରାବଣକୁ ଦେଲେ, ଯାହାକୁ ଶିବଙ୍କର ଆତ୍ମଲିଙ୍ଗ କୁହାଯାଏ।

ଏହି ଶିବଲିଙ୍ଗ ପ୍ରଦାନ କରିବା ସମୟରେ ପ୍ରଭୁ ଶିବ ଶଙ୍କର ରାବଣଙ୍କୁ କହିଥିଲେ ଏହି ଆତ୍ମଲିଙ୍ଗକୁ ସିଧାସଳଖ ଲଙ୍କାରେ ଏ ପ୍ରତିଷ୍ଠା କରିବାକୁ ହେବ।

ଯଦି ରାସ୍ତାରେ ଯିବା ସମୟରେ ଏହାକୁ କେଉଁ ସ୍ଥାନରେ ରଖାଯାଏ ତେବେ ସେ ସେହି ଠାରେ ହିଁ ସ୍ଥାପିତ ହେବେ।

ଯାହାକି ହୋଇଥିଲା, ରାବଣ ବାଟରେ ଯିବା ସମୟରେ ଏହି ଆତ୍ମଲିଙ୍ଗଙ୍କୁ ଜଣେ ବାଳକକୁ ଧରିବାକୁ ଦେଇଥିଲେ ପରେ ସେ ବ୍ରାହ୍ମଣ ବାଳକ ଏହାକୁ ତଳେ ରଖି ଦେଇଥିଲା।

ହେଲେ ବ୍ରାହ୍ମଣ ବାଳକ ରୂପରେ ଥିବା ବାଳକ ଗଣେଶ ଥିଲେ। କାରଣ ଭଗବାନ ଶିବ କହିଥିଲେ ଯେ ଯଦି ରାବଣ ଅମର ହେବାକୁ ଚାହାଁନ୍ତି, ତେବେ ଏହାକୁ ଲଙ୍କାକୁ ନେଇ ପ୍ରତିଷ୍ଠା କରିବାକୁ ହେବ।

ଦେବତାମାନେ ଚାହୁଁଥିଲେ ଯେ ରାବଣ ଅମର ନ ହୁଅନ୍ତୁ। କିନ୍ତୁ ଭଗବାନ ବିଷ୍ଣୁ ତାଙ୍କ ମାୟା ରଚି ଗଣେଶଙ୍କୁ କହି ଶିବଲିଙ୍କଙ୍କୁ ରାସ୍ତାରେ ରଖିଥିଲେ।

ଏହା ପରେ ସେହିଠାରେ ହିଁ ରାବଣ ଶିବଙ୍କୁ ତପସ୍ୟା କରି ଯଜ୍ଞ କରିଥିଲେ ପରେ ମୋକ୍ଷ ପ୍ରାପ୍ତିର ବରଦାନ ପାଇଥିଲେ।

ବିଶ୍ୱାସ କରାଯାଏ ଯେ ରାବଣ ଏହି ସ୍ଥାନରେ ଯଜ୍ଞ କୁଣ୍ଡରେ ନିଜର ଦଶଟି ମୁଣ୍ଡ ଜାଲିଥିଲେ। ରାବଣ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ, ଯେଉଁଥିପାଇଁ ଦଶହରା ଏଠାରେ ପାଳନ କରାଯାଇନଥାଏ।

କୁହାଯାଏ ଯେ ଥରେ କିଛି ଲୋକ ଶିବ ମନ୍ଦିର ସମ୍ମୁଖରେ ଦଶହରା ପାଳନ କରିବା ଆରମ୍ଭ କରିଥିଲେ ଏବଂ ରାବଣର ପୋଡି ପାଳନ କରିଥିଲେ।

ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ଯେଉଁମାନେ ରାବଣର ପୁଟୁଳା ଜାଳି ଦେଇଥିଲେ ସେମାନଙ୍କ ସହିତ ଅଘଟଣ ଘଟିଥିଲା। ପରବର୍ତ୍ତୀ ଦଶହରା ପର୍ଯ୍ୟନ୍ତ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା।

ସେବେଠାରୁ ଲୋକମାନେ ଏହି ସ୍ଥାନରେ ରାବଣ ପୋଡ଼ି ଓ ଦଶହରା ପାଳନ କରିବା ବନ୍ଦ କରିଦେଲେ। ଲୋକମାନେ ଯୁକ୍ତି କରନ୍ତି ଯେ ଭଗବାନ ଶିବ ତାଙ୍କ ଭକ୍ତଙ୍କର କୌଣସି କ୍ଷତି ଦେଖି ପାରିବେ ନାହିଁ।

ତେଣୁ ଏଠାରେ ରାବଣ ଜଳାଇବା ଏକ ପାପ ବୋଲି ବିବେଚନା କରାଯାଏ।

ସମୁଦ୍ର ମଧ୍ୟରେ ଵିଲୀନ ହୋଇଥିବା ୫ଟି ରହସ୍ୟମୟ ସହର; ଜାଣନ୍ତୁ ଇତିହାସ