Sanskrit village of India: ଆଜି ଆମେ ଆପଣଙ୍କୁ ଭାରତ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଆଜି ମଧ୍ୟ ସବୁଠୁ ପୁରୁଣା ଭାଷାର ବ୍ୟବହାର କରାଯାଉଛି...

କର୍ଣ୍ଣାଟକର ଲୋକ କନ୍ନଡ ଭାଷା କୁହନ୍ତି। କିନ୍ତୁ ମଟୁର ଗାଁରେ ଆଜି ବି ସବୁ ଲୋକ ସବୁଠୁ ପୁରୁଣା ଭାଷା ସଂସ୍କୃତରେ କଥାବାର୍ତ୍ତା କରୁଛନ୍ତି।

ସବୁଠୁ ପୁରୁଣା ସଂସ୍କୃତ ଭାଷା- ମଟୁର କର୍ଣ୍ଣାଟକରୁ ୩୦୦ କିଲୋମିଟର୍ ଦୂର ତୁଙ୍ଗ ନଦୀ କୂଳରେ ଅବସ୍ଥିତ ଏକ କୃଷି ପ୍ରଧାନ୍ୟ ଗାଁ।

ଏହାକୁ ଭାରତର ଶେଷ ସଂସ୍କୃତ ଗାଁ କୁହାଯାଏ। ଏଠାରେ ସବୁ ବ୍ୟକ୍ତି ସଂସ୍କୃତରେ କଥାବାର୍ତ୍ତା କରନ୍ତି। ଏଠାରେ ଘରର କାନ୍ଥରେ ଖୋଦିତ ହୋଇଥିବା ଚିତ୍ରରେ ମଧ୍ୟ ସଂସ୍କୃତରେ ଲେଖାଯାଇଛି।

୪୪ ବର୍ଷର ପୁରୁଣା ପରମ୍ପରା- ୧୯୮୧ରେ ସଂସ୍କୃତର ପ୍ରଚାର-ପ୍ରସାର କରାଯାଇଥିଲା। ସେହି ସମୟରେ ଗଠିତ ସଂସ୍ଥା ସଂସ୍କୃତି ଭାରତୀ ମଟୁରରେ ୧୦ ଦିବସୀୟ କାର୍ଯ୍ୟଶାଳା ଆୟୋଜନ କରିଥିଲା।

ଆଉ ଏଥରେ ପଡ଼ୋସୀ ଗାଁ ଉଡ୍ଡୁପୀରେ ପେଜାୱର ମଠର ସନ୍ଥ ସମେତ ଅନେକ ବ୍ୟକ୍ତି ଭାଗ ନେଇଥିଲେ। ସେହି ଦିନଠୁ ଏହି ଗାଁରେ ଭାରତର ସବୁଠୁ ପୁରୁଣା ଭାଷା କହୁଛନ୍ତି ଲୋକ।

ଏହି ଗାଁରେ ଅନେକ ବର୍ଷରୁ ସଂସ୍କୃତ ଭାଷାରେ କଥା ହୋଇଆସୁଛନ୍ତି। ହେଲେ ଏମିତି ଏକ ସମୟ ଥିଲା ଯେତେବେଳେ ଲୋକମାନେ କନ୍ନଡ ଭାଷାରେ କଥା ହେବା ଆରମ୍ଭ କରିଥିଲେ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରୁଥିବା ଗାଁ ମଟୁର। ଭାରତର ଦକ୍ଷିଣରେ ଅବସ୍ଥିତ ଏହି ଗାଁକୁ ପ୍ରବେଶ କରିବା ମାତ୍ରେ ଖାସ୍ ଅନୁଭବ ହୁଏ। ଗାଁ ଲୋକଙ୍କ ବେଶଭୂଷା ଦେଖି ଲାଗିବ ଯେ ଚାଣକ୍ୟଙ୍କ ସମୟ ଯେମିତି ଫେରିଆସିଛି।

ଇଂରାଜୀ-ହିନ୍ଦୀ ଭାଷା ମଧ୍ୟ ବ୍ୟବହାର କରନ୍ତି ମଟୁର ଗ୍ରାମବାସୀ।

କିଏ ଥିଲେ ହିନ୍ଦୁସ୍ତାନର ପ୍ରଥମ ମହିଳା ଶାସକ?

ରୁଦ୍ରାକ୍ଷ ପିନ୍ଧିଲେ ମିଳେ ଚମତ୍କାର ଲାଭ; ଥରେ ପିନ୍ଧିକି ଦେଖନ୍ତୁ...