Human Origin: କେବେ ଓ କେଉଁଠୁ ଆସିଲେ ମାନବ। କେବେ ହେଲା ମାନବଙ୍କର ଉତ୍ପତ୍ତି। ୮୭ ଲକ୍ଷ ବର୍ଷର ପୁରୁଣା ବାନର କଙ୍କାଳ ଖୋଲିଲା ରହସ୍ୟ....

ମାନବ ଉତ୍ପତ୍ତିକୁ ନେଇ ଆଜି ବି ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହିଛି। ଏହାର ସଠିକ୍ ଉତ୍ତର କାହାରି ପାଖରେ ନାହିଁ।

କିଛି ଲୋକଙ୍କ ବିଶ୍ବାସ ରହିଛି ଯେ ଆମର ପୂର୍ବପୁରୁଷ ବିଶେଷ ରୂପେ ଆଫ୍ରିକାର ଥିଲେ।

ଏହାସହ ଆହୁରି ଅନେକ ଲୋକଙ୍କ ବିଶ୍ବାସ ହେଲା ଯେ ମାନବ ମାଙ୍କଡମାନଙ୍କ ବିକଶିତ ରୂପ।

ଇତିମଧ୍ୟରେ ତୁର୍କୀରେ ମିଳିଥିବା ବାନର କଙ୍କାଳ ପୁଣିଥରେ ମାନବ ଉତ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବୈଜ୍ଞାନିକଙ୍କ ଅନୁଯାୟୀ ତୁର୍କୀରେ ମିଳିଥିବା ବାନର ମୁଣ୍ଡର କଙ୍କାଳ ପାଖାପାଖି ୮୭ ଲକ୍ଷ ବର୍ଷ ପୁରୁଣା।

ଏହି କଙ୍କାଳ ଏନାଡୋଲୁୱିୟସ୍ ତୁର୍କୀ ନାମକ ଏକ ବାନରର ବୋଲି ଦାବି କରାଯାଉଛି।

ଏହି କଙ୍କାଳରୁ ଜଣାପଡ଼ିଛି ଯେ ମଣିଷ ପ୍ରଥମଥର ୟୁରୋପରେ ଦେଖାଯାଇଥିଲା।

ଆର୍ଥାତ୍ ଆଫ୍ରିକା ପୂର୍ବରୁ ମାନବଙ୍କର ଉତ୍ପତ୍ତି ୟୁରୋପରେ ହୋଇଥିଲା।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମାନବ ୟୁରୋପରେ ପାଖାପାଖି ୫୦ ଲକ୍ଷ ବର୍ଷ ପୂର୍ବେ ରହିବା ପରେ ଆଫ୍ରିକା ଚାଲିଯାଇଥିଲେ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମାନବ ୟୁରୋପରେ ପାଖାପାଖି ୫୦ ଲକ୍ଷ ବର୍ଷ ପୂର୍ବେ ରହିବା ପରେ ଆଫ୍ରିକା ଚାଲିଯାଇଥିଲେ।