ଏହିପରି ଅନେକ ସ୍ବପ୍ନ ଅଛି ଯାହା ଆମକୁ ଭବିଷ୍ୟତ ପାଇଁ ଭଲ ଏବଂ ଖରାପ ସଙ୍କେତ ଦେଇଥାଏ। ତେବେ ଆଜି ଆମେ ଜାଣିବା କେଉଁ ଜିନିଷ ସ୍ବପ୍ନରେ ଦେଖିବା ଦ୍ବାରା ଭଲ ସଙ୍କେତ ମିଳିଥାଏ।

ତେବେ ଆଜି ଆମେ ଏମିତି ସ୍ବପ୍ନ ବିଷୟରେ ଆସନ୍ତୁ ଜାଣିବା ଯାହ୍ବା ଦ୍ବାରା ଆମ ସମସ୍ୟା ଦୂରେଇ ଯିବ ବୋଲି ସ୍ବପ୍ନ ଶାସ୍ତ୍ରରେ କୁହାଯାଇଛି।

ସ୍ବପ୍ନର ଅର୍ଥ- ସବୁ ସ୍ବପ୍ନର କିଛି ନା କିଛି ଅର୍ଥ ବାହାରିଥାଏ। ଏହି ସବୁ ସ୍ବପ୍ନରୁ କିଛି ସଙ୍କେତ ମଧ୍ୟ ମିଳିଥାଏ। ସେହିପରି କିଛି ସ୍ବପ୍ନ ଶୁଭ ଫଳ ଦେଇଥାଏ ତ ଆଉ କିଛି ଅଶୁଭ ଫଳ ଦେଇଥାଏ।

ଶୁଭ ଓ ଅଶୁଭ ସ୍ବପ୍ନ ଆମ ଜୀବନ ଉପରେ ବଡ଼ ପ୍ରଭାବ ପଡ଼ିଥାଏ। ସ୍ବପ୍ନ ଶାସ୍ତ୍ରରେ ସ୍ବପ୍ନରୁ ମିଳିବ ଫଳ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି।

ନଷ୍ଟ ହୋଇଯିବ ଖରାପ ସମୟ- ଆଜି ଆମେ ଏମିତି ସ୍ବପ୍ନ ବିଷୟରେ ଜାଣିବା, ଯାହା ବହୁତ ଶୁଭ ବୋଲି କୁହାଯାଏ। ଏମିତି ବି କହିପାରିବା ଯେ ଏହି ସ୍ବପ୍ନ ଆମ ଆଗାମୀ ଜୀବନରେ ଖରାପ ସମୟକୁ ନଷ୍ଟ କରିବାକୁ ସଙ୍କେତ ଦେଇଥାଏ।

ସ୍ବପ୍ନରେ ଆମ୍ବ ଦେଖିବା- ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ସ୍ବପ୍ନରେ ଆମ୍ବ ଦେଖିବା ବହୁତ ଶୁଭ ବୋଲି ବିବେଚନା କରାଯାଇ। ସ୍ବପ୍ନରେ ପାଚିଲା ଆମ୍ବ ଦେଖିବା ମାତ୍ରେ ଜାଣନ୍ତୁ ଯେ ଆପଣଙ୍କ ସବୁ ସମସ୍ୟା ଶେଷ ହେବାକୁ ଯାଉଛି।

 ସ୍ବପ୍ନରେ ପଦ୍ମ ଫୁଲ ଦେଖିବା- ଯଦି ଆପଣ ସ୍ବପ୍ନରେ ପଦ୍ମ ଫୁଲ ଦେଖୁଛନ୍ତି ତେବେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ପଦ୍ମ ଫୁଲ ଧନର ଦେବୀ ମା' ଲକ୍ଷ୍ମୀର ପ୍ରିୟ। ଏହି ସ୍ବପ୍ନ ଦେଖିବା ଦ୍ବାରା ମା'ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ସମସ୍ୟା ଦୂର କରି ଦିଅନ୍ତି।

ସ୍ବପ୍ନରେ ଭଗବାନଙ୍କ ମୂର୍ତ୍ତି ଦେଖିବା- ସ୍ବପ୍ନରେ ଭଗବାନଙ୍କ ଦର୍ଶନ ହେବା ଏବଂ ଭଗବାନଙ୍କ ମୂର୍ତ୍ତି ଦେଖିବା ଶୁଭ ବୋଲି କୁହାଯାଏ। ଏହି ସ୍ବପ୍ନ ଦେଖିବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ। ଆମ ଜୀବନରୁ ଖରାପ ସମୟ ମଧ୍ୟ ଦୂରେଇ ଯାଏ।

Fill in some text

ସ୍ବପ୍ନରେ ବଇଁଶୀ ଦେଖିବା ଶୁଭ ବୋଲି କୁହାଯାଏ। ସେହିପରି ସ୍ବପ୍ନରେ ବଇଁଶୀର ସ୍ବର ମଧ୍ୟ ଶୁଣା ଗଲେ ଏହା ଆମ ଜୀବନକୁ ବଦଳାଇ ଦେବ। ଜୀବନରେ ସୁଖ-ଶାନ୍ତି ଭରିଦେବେ ବଇଁଶୀ ସ୍ବପ୍ନ।

ସ୍ବପ୍ନରେ ଶିବଲିଙ୍ଗ ଦେଖିବା ସବୁଠୁ ଶୁଭ ବୋଲି ସ୍ବପ୍ନ ଶାସ୍ତ୍ରରେ କୁହାଯାଇଛି। ଜୀବନରେ ଅଟକି ରହିଥିବା କାମ ସଫଳ ହେବ ବୋଲି ଏହି ସ୍ବପ୍ନ ଆମକୁ ସୂଚାଇଥାଏ। ସ୍ବପ୍ନରେ ବାରମ୍ବାର ଶିବଲିଙ୍ଗ ଦେଖିବା ଅର୍ଥ ଶିବଙ୍କ ଆଶୀର୍ବାଦନ ଆପଣଙ୍କ ଉପରେ ଅଛି।