ଶିବ ପୁରାଣରେ ମୃତ୍ୟୁ ସହିତ ଜଡ଼ିତ ଅନେକ କଥା ବିଷୟରେ ଆଲୋଚନା କରାଯାଇଛି।

ଶିବ ପୁରାଣ ଅନୁସାରେ, ବ୍ୟକ୍ତିଙ୍କ ମୃତ୍ୟୁ ହେବା ପୂର୍ବରୁ କିଛି ସଙ୍କେତ ଦେଖିବାକୁ ମିଳିଥାଏ। ଯେଉଁ ସଙ୍କେତ ବିଷୟରେ ଅନେକ ଲୋକଙ୍କୁ ଜଣାନଥାଏ।

ଆଜ୍ଞା ହଁ ମୃତ୍ୟୁ ପୂର୍ବରୁ କିଛି ସଙ୍କେତ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଏହି ସଙ୍କେତ ବିଷୟରେ...

ଶିବ ପୁରାଣରେ କୁହାଯାଇଛି ଯେ ସୂର୍ଯ୍ୟ ଓ ଚନ୍ଦ୍ରର ଆଖପାଖରେ କଳା କିମ୍ବା ଲାଲ ଛାଇ ଦେଖାଯାଏ। ତେବେ ବ୍ୟକ୍ତିଙ୍କ ମୃତ୍ୟୁ ନିକଟତର ବୋଲି କୁହାଯାଏ।

ଯେତେବେଳେ ବ୍ୟକ୍ତିଙ୍କୁ ପାଣି, ତେଲ ଓ ଘିଅରେ ନିଜ ଛାଇ ଦେଖାଯାଏ ନାହିଁ, ସେତେବେଳେ ମୃତ୍ୟୁ ସୁନିଶ୍ଚିତ।

ବ୍ୟକ୍ତିଙ୍କୁ ନିଜ ଛାଇରେ ମୁଣ୍ଡ ନଦେଖାଯିବ ମଧ୍ୟ ମୃତ୍ୟୁ ଆସିବାର ପୂର୍ବ ସଙ୍କେତ।

ରାତିରେ ଇନ୍ଦ୍ରଧନୁ ଅଗ୍ନିର ପ୍ରକାଶ ସଠିକ୍ ରୂପେ ଦେଖାଯିବ ମଧ୍ୟ ମୃତ୍ୟୁର ସଙ୍କେତ।

ବିନା କୌଣସି ରୋଗରେ ଜଣେ ବ୍ୟକ୍ତିଙ୍କ ଆଖି, କାନ, ଜିଭ ଯଦି ଠିକ ରୂପେ କାମ କରେ ନାହିଁ ତେବେ ଏହା ମଧ୍ୟ ମୃତ୍ୟୁ ପୂର୍ବର ସଙ୍କେତ ହୋଇପାରେ।

ଏଭଳି ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ମୃତ୍ୟୁ କିଛି ମାସ ମଧ୍ୟରେ ହୋଇପାରେ।

ଶିବ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କୁ ରଙ୍ଗ ଚିହ୍ନିବାରେ ଅସୁବିଧାର ହୁଏ କିମ୍ବା ହଠାତ୍ ସବୁକିଛି କଳା ଦେଖାଯାଏ, ତେବେ ତାଙ୍କ ମୃତ୍ୟୁ ପାଖେଇ ଆସୁଛି ବୋଲି ଜାଣିନିଅନ୍ତୁ।

ଯଦି ହଠାତ୍ ନୀଳ ରଙ୍ଗର ମାଛି ଆସି ବ୍ୟକ୍ତିଙ୍କୁ ଘେରିଯାଏ, ତେବେ ତାଙ୍କ ମୃତ୍ୟୁ ନିକଟତର ବୋଲି ବୁଝିଯିବା ଉଚିତ୍। ସେହି ସମୟରେ ମାଛିମାନଙ୍କର ରଙ୍ଗ ମୃତ୍ୟୁକୁ ସୂଚାଇଥାଏ।

ଯେତେବେଳେ ମଣିଷ ଶରୀରରେ ୩ଟି ଦୋଷ ଏକା ସମୟରେ ହୁଏ, ତେବେ ମଣିଷ ଶରୀର ଛାଡ଼ିବାର ସମୟ ଆସିଯାଇଛି ବୋଲି କୁହାଯାଏ। ହେଲେ ଏହି ୩ଟି ଦୋଷ କ’ଣ ବୋଲି ଆପଣ ଜାଣିଛନ୍ତି କି।

ଏହି ୩ଟି ଦୋଷ ହେଉଛି- କଫ, ପିତ୍ତ ଓ ବାତ। ପାଣି, ତେଲ, ଘିଅ ଓ ଦର୍ପଣ ଆଦିରେ ନିଜର ଛବି ନଦେଖିପାରୁଥିବା ବ୍ୟକ୍ତି ଅତିକଷ୍ଟରେ ୬ ମାସ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି।

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ମାନନ୍ତୁ ଏହି ନିୟମ...