ଓଡ଼ିଶାରେ ବିଭିନ୍ନ ପ୍ରକାରର ମନ୍ଦିରର ରହିଥିବା ବେଳେ ଏହାକୁ ନେଇ ଲୋକକଥା ମଧ୍ୟ ରହିଛି ।

ବାଲେଶ୍ବରରେ  ବାବା ସୁନ୍ଦର ପଶ୍ଚିମା' ବୋଲି ଏକ ମନ୍ଦିର ରହିଛି ।

ଯିଏ ଏହି ବାଟ ଦେଇ ଯାଇଥାଏ, ବାବାକୁ ସିନ୍ଦୂର ଦେଇ ଯିବାକୁ ପଡେ। ବାବାଙ୍କୁ  ଅବମାନନା କରିଲେ ଘାଟିରେ ଅଘଟଣ ଘଟେ।

ସେଥିପାଇଁ ଗାଡିରେ ଯାଉଥିବା ଲୋକମାନେ ଓଲ୍ହାଇ ମା'ଙ୍କ ନିକଟରେ ସିନ୍ଦୂର ଦେଇ ଯାଆନ୍ତି।

କିଏ ମା' ବୋଲି ଡାକେତ ତ ଆଉ କିଏ ବାବା ବୋଲି ଡାକେ। ଏଠାରେ ବାବା ସୁନ୍ଦର ପଶ୍ଚିମା' ହେଉଛନ୍ତି ସିନ୍ଦୁର ଲୋଭୀ।

ବାଲେଶ୍ଵର ଜିଲ୍ଲା ଔପଦ ବ୍ଲକ୍ ଗଡ଼ସାହିରେ ରହିଛି ବାବା ସିନ୍ଦୂର ପଶ୍ଚିମା ଙ୍କ ମନ୍ଦିର।

ଯଦି କାହାର ଗାଈ, ଛେଳି ହଜି ଯାଏ ମାନସିକ ରଖିଲେ ସଙ୍ଗେ ସଙ୍ଗେ ପୂରା ହୁଏ।

ଭକ୍ତ ମାନେ ମାନସିକ ରଖିଲେ ପୂରଣ ହୋଇଥାଏ।

ସେଥିପାଇଁ କେଉଁଝର, ମୟୁରଭଞ୍ଜ, ବାଲେଶ୍ଵର ଭଦ୍ରକ ଜିଲ୍ଲାରୁ ଭକ୍ତ ମାନେ ମାନସିକତା ପୂରଣ କରିବା ପାଇଁ ଆସିଥାନ୍ତି।

ସବୁଠାରୁ ବଡ଼ କଥା ହେଲେ ବାବାଙ୍କ ସମ୍ମୁଖ ରାସ୍ତା ଦେଇ ଯେଉଁ ଗାଡି ଯାଏ ସେଠାରେ ରହି ପୂଜାର୍ଚ୍ଚନା କରି ଆଗକୁ ବଢ଼ିଥାଏ, ନହେଲେ ପଶ୍ଚିମା ଘାଟିରେ ବଡ଼ ଅଘଟଣ ଘଟେ ବୋଲି ପୂଜକ କହିଛନ୍ତି।

ଖାଲି ଦେହରେ ଶୋଇବାର ଫାଇଦା