କ୍ୟାନ୍ସର ଭଲ କରେ- କାଙ୍କଡ଼ରେ କାରୋଟିନୋଏଡ୍, ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ। କାଙ୍କଡ ଖାଇବା ଦ୍ୱାରା କର୍କଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଯାଏ।

ତ୍ୱଚାରେ ଚମକ- କାଙ୍କଡରେ ଅନେକ ପ୍ରକାରର ଫ୍ଲାଭୋନାଏଡ୍ ରହିଛି। ଯେପରିକି, ଲୁଟେନ୍, ବିଟା କାରୋଟିନ୍, ଜିଆକ୍ସାଣ୍ଟିନ୍ ଇତ୍ୟାଦି। ଏହିସବୁ ଉପାଦାନ ଆମ ଚର୍ମରୁ ମଇଳା ସଫା କରିଥାଏ। ଏଥିସହ ତ୍ୱଚାରେ ଚମକ ଆଣିଥାଏ।

ଓଜନ ହ୍ରାସ କରେ-ଯେଉଁମାନଙ୍କର ମେଦବହୁଳତା ରହିଛି କିମ୍ୱା ଯେଉଁମାନେ ଏକ ସୁସ୍ଥ ଶରୀର ଗଠନ ପାଇଁ ପରିଶ୍ରମ କରୁଛନ୍ତି ସେମାନେ କାଙ୍କଡ ଖାଇବା ଅଧିକ ଆବଶ୍ୟକ।

ମଧୁମେହ ପାଇଁ- ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ କାଙ୍କଡ ବେଶ୍ ଲାଭଦାୟକ।

ଥଣ୍ଡା ଓ କାଶ ପାଇଁ ଲାଭଦାୟକ- କାଙ୍କଡ଼ ଅଧିକାଂଶ ମୌସୁମୀ ସମୟରେ ହିଁ ମିଳିଥାଏ ।

ମୌସୁମୀ ଋତୁରେ ଆମ ଶରୀରକୁ ହେଉଥିବା ରୋଗ ଦାଉରୁ କାଙ୍କଡ଼ ଖାଇବା ଦ୍ୱାରା ରୋକାଯାଇପାରେ।

କାଙ୍କଡ ଏପରି ଏକ ପରିବା ଯାହା ଥଣ୍ଡା, କାଶ ସମେତ ଆହୁରୀ ଅନେକ ରୋଗରୁ ଆମ ଶରୀରକୁ ରକ୍ଷା କରିଥାଏ।

କାଙ୍କଡରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫାଇବର ଥାଏ ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

କାଙ୍କଡ଼ ଏପରି ଏକ ପରିବା ଯେଉଁଥିରେ କ୍ୟାଲୋରୀ ବହୁତ କମ୍ ଥାଏ।

୧୦୦ ଗ୍ରାମ କାଙ୍କଡ ଖାଇଲେ ଆପଣଙ୍କ ଶରୀରକୁ ମାତ୍ର ୧୭ କ୍ୟାଲୋରୀ ମିଳିବ। ତେଣୁ କାଙ୍କଡ଼ ଖାଇବା ଦ୍ୱାରା ଆପଣଙ୍କ ଓଜନ ହେବାରେ ଏହା ଖୁବ ସାହାଯ୍ୟ କରିଥାଏ।

କେଉଁ କମ୍ପାନୀ ତିଆରି କରିଥିଲା ପ୍ରଥମ ମୋବାଇଲ ଫୋନ? ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ..