ଅନ୍ତିମ ସଂସ୍କାରରେ ଏଠି ଦେଖିବାକୁ ମିଳେ ଅଜବ ପରମ୍ପରା।

ହିନ୍ଦୁ ରୀତିନୀତି ଅନୁଯାୟୀ ମୃତ୍ୟୁ ପରେ ଶବକୁ ପୋଡା ଯାଏ ନଚେତ୍ ପୋତା ଯାଇଥାଏ ।

କିନ୍ତୁ ଏଭଳି ଏକ ଦେଶ ରହିଛି ଯେଉଁଠି ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ଶବ ସଂସ୍କାର କରାଯାଇ ନଥାଏ।

ଇଣ୍ଡୋନେସିଆରେ ଏଭଳି ପରମ୍ପରା ରହିଛି ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ।

ଇଣ୍ଡୋନେସିଆର ତୋରାଜା ଜନଜାତିର ଲୋକଙ୍କ ଏଭଳି ପରମ୍ପରା ରହିଛି।

ଏମାନଙ୍କ କହିବା କଥା ଯେ ମୃତ୍ୟୁପରେ ନିର୍ଜିବ ଶରୀରରେ ଆତ୍ମା ରହିଥାଏ ତେଣ ତାଙ୍କୁ ସମ୍ମାନ ଦେବା ଜରୁରୀ।

ତେଣୁ ମୃତ୍ୟୁ ପରେ ତୁରନ୍ତ ସଂସ୍କାର ନକରି କିଛି ଦିନ, କିଛି ମାସ କିମ୍ବା ବର୍ଷ ପରେ ଅନ୍ତିମ ସଂସ୍କାର କରିଥାନ୍ତି।

ଶବ ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ସେଥିରେ ଏକପ୍ରକାର ସ୍ବତନ୍ତ୍ର ଲେପ ଦିଆଯାଇଥାଏ।

ଏପରିକି ଶବଗୁଡିକୁ ଡ୍ରେସ୍ ମଧ୍ୟ ପିନ୍ଧାଇ ଘରେ ରଖିଥାନ୍ତି ଏହି ଜନଜାତିର ଲୋକେ।

ସ୍ବତନ୍ତ୍ର ଲେପ ଦିଆଯାଇଥିବାରୁ ଶବ ସୁରକ୍ଷିତ ରୁହେ ଏବଂ କୌଣସି ଦୁର୍ଗନ୍ଧ ବାହାରେ ନାହିଁ।