What happens just before death: ମରିବା ସମୟରେ ମଣିଷ ସହ କଣ ହୋଇଥାଏ। କେଉଁ ଭଳି ଅନୁଭବ କରିଥାଏ। ଆସନ୍ତୁ ଜାଣିବା ଏହି ରହସ୍ୟ...

ଜୀବନ ଅଛି ମାନେ ମୃତ୍ୟୁ ବି ଅଛି। ଦିନେ ନା ଦିନେ ସମସ୍ତଙ୍କର ମୃତ୍ୟୁ ହୋଇଥାଏ। ହେଲେ ମୃତ୍ୟୁ ପୂର୍ବରୁ ଲୋକମାନେ କଣ ଭାବିଥାନ୍ତି।

ଯେଉଁ ସମୟ ଆମ ଜୀବନରେ ଆମେ କାଟି ଥାଉ ତାହା ଆମ ଆଖି ଆଗରେ ଏକ ଚଳଚ୍ଚିତ୍ର ଭଳି ଚାଲିଥାଏ।

ଆମ ଜୀବନର କଣ କଣ ଭୁଲ ଆମେ କରିଥାଉ କିମ୍ବା ଆମ ଜୀବନର ଆମେ କଣ କଣ ଭଲ କାମ କରିଥିଲେ ଏହା ସବୁ ଆମକୁ ଦେଖା ଦେଇଥାଏ।

ଏହାସହ ଆମେ ଏହା ମଧ୍ୟ ଭାବିଥାଉ କି ଆମେ ଆମର ଯାହା ବି ଇଚ୍ଛା ଥିଲା ଯାହାକୁ ଆମେ ଆଉ କାହା ପାଇଁ ତ୍ୟାଗ କରିଦେଇଥିଲେ।

ଖରାପ ଜିନିଷ ସହ ନିଜ ମୋହ ବିଷୟରେ ମଧ୍ୟ ମୃତ୍ୟୁ ପୂର୍ବରୁ ମଣିଷ ଭାବିଥାଏ।

କିଛି ଲୋକ ମରିଯାଇଥିବା ନିଜ ବାପା-ମାଙ୍କୁ ମନେ ପକାଉଥିବା ବେଳେ ଆଉ କିଛି ଲୋକ ଏକ୍ସ ବୟଫ୍ରେଣ୍ଡ ଓ ଏକ୍ସ ଗର୍ଲଫ୍ରେଣ୍ଡକୁ ମଧ୍ୟ ମନେ ପକାଇ ଥାନ୍ତି।

ଆଇ ଲଭ୍‌ ୟୁ କହୁନ୍ତି ଏବଂ କ୍ଷମା ମଧ୍ୟ ମାଗନ୍ତି।

Fill in some text

ଖାଲି ଏତିକି ନୁହେଁ ଜଣେ ଡକ୍ଟରଙ୍କ ଅନୁସାରେ ଅନେକ ଲୋକ ନିଜ ପ୍ରିୟଜନଙ୍କୁ ମନେ ପକାଆନ୍ତିI love you କହିଥାନ୍ତି ଓ କ୍ଷମା ମଧ୍ୟ ମାଗିଥାନ୍ତି। ଏହା ମଧ୍ୟ କୁହନ୍ତି ଯେ ‘‘ମୁଁ ତୁମକୁ କ୍ଷମା କରୁଛି।’’

ମୃତ୍ୟୁ ସମୟରେ ଦେହର ରଙ୍ଗ ପରିବର୍ତ୍ତନ ହୋଇଯାଏ।

ନିକଟରେ ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଭିଡିଓରେ ଏହା ବିଷୟରେ ଖୁଲାସା କରାଯାଇଥିଲା।

ଆମେରିକାର ଜଣେ ନର୍ସ ଏହି ପୋଷ୍ଟରେ କହିଥିଲେ କି ମୃତ୍ୟୁ ପୂର୍ବରୁ ମଣିଷ ଦେହର ରଙ୍ଗ ଧିରେ ଧିରେ କଳା ପଡ଼ିବା ଆରମ୍ଭ କରିଥାଏ।

ଭଗବାନ ଶିବଙ୍କ ପରି ମଣିଷ ପାଖରେ ଅଛି ତୃତୀୟ ଆଖି; ଜାଣନ୍ତୁ ରହସ୍ୟ..