ଆପଣ ଦେଖିଥିବେ ଯେ ଅନେକ ଲୋକ ତୁଳସୀ ଗଛରେ ନାଲି କପଡା ବାନ୍ଧିଥିବାର। ହେଲେ କେବେ ଚିନ୍ତା କରିଛନ୍ତି ଯେ କାହିଁକି ଏପରି କରାଯାଏ?

ତେବେ ଆସନ୍ତୁ ଆଜି ଜାଣିବା ଯେ କଣ ପାଇଁ ତୁଳସୀ ଗଛରେ ନାଲି କପଡା ବନ୍ଧା ଯାଏ ଏବଂ ଏଥିରୁ ଆପଣଙ୍କୁ କିପରି ଲାଭ ମିଳିବ।

ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଭାରତର ଅଧିକାଂଶ ଲୋକଙ୍କ ଘରେ ତୁଳସୀ ଗଛ ପୂଜା କରାଯାଏ।

ସାଧାରଣତଃ ଘରେ ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ଚଢାଯାଏ ଏବଂ ସନ୍ଧ୍ୟାରେ ଏକ ଘିଅ ଦୀପ ଜଳାଯାଏ। ଏହା ସହିତ ଦେବଠାନି ଏକାଦଶିରେ ପୂରା ରୀତିନୀତିରେ ତୁଳସୀ ବିବାହ ଶିଳାଗ୍ରାମ ସହିତ କରାଯାଏ।

ତୁଳସୀ ଗଛକୁ ଧାର୍ମିକ ଭାବରେ ଅନେକ ବିଶ୍ୱାସ କରାଯିବା ସହ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରାଯାଏ। ତେବେ ତୁଳସୀ ଗଛରେ ନାଲି କପଡା ବନ୍ଧାଯାଏ ଏବଂ ଏଥିରୁ ଆପଣଙ୍କୁ କିପରି ଲାଭ ମିଳିବ ଆସନ୍ତୁ ଜାଣିବା।

ତୁଳସୀ ପୂଜା କିପରି କରିବେ- ହିନ୍ଦୁ ଧର୍ମରେ ଯେକୌଣସି ପୂଜା ହେଉ ସେହି ସମୟରେ ହାତରେ ନାଲି ସୂତା ବନ୍ଧା ଯାଇଥାଏ। ସେହି ନାଲି ସୂତାକୁ ସୁରକ୍ଷା ସୂତ୍ର ଭାବେ ବିବେଚନା କରାଯାଏ।

ପୂଜା ସମୟରେ ବନ୍ଧା ଯାଇଥିବା ନାଲି ସୂତାରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ ବୋଲି ବିଶ୍ୱାସ କରାଯାଏ। ସୂତାର ରଙ୍ଗ ଲାଲ ହୋଇଥାଏ, କାରଣ ସେଥିରୁ ସକରାତ୍ମକ ଶକ୍ତି ମିଳିଥାଏ। ତେଣୁ ନାଲି ସୂତା ବାନ୍ଧିବା ଉଭୟ ଶରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ।

ତୁଳସୀ ଗଛରେ ଜଳ ଚଢ଼ାଯାଏ- ଯଦି ଆପଣ ପ୍ରତିଦିନ ତୁଳସୀ ଗଛରେ ନିୟମିତ ଭାବେ ଜଳ ଢାଳନ୍ତି, ତେବେ ଆପଣଙ୍କୁ ଏଥିରୁ ଶୁଭ ଫଳାଫଳ ମିଳିବ।

ହେଲେ ମନେରଖନ୍ତୁ ରବିବାର ଦିନ ତୁଳସୀ ଗଛରେ ଜଳ ଢାଳିବା ଓ ଗଛକୁ ଛୁଇଁବା ନିଷେଧ ହୋଇଥାଏ।

ତୁଳସୀ ଗଛରେ କ୍ଷୀର ଢଳାଯାଏ- ଯଦି ଆପଣ ପ୍ରତିଦିନ ତୁଳସୀ ଗଛରେ ପାଣି ସହିତ କ୍ଷୀର ଅର୍ପଣ କରନ୍ତି, ତେବେ ଆପଣ ଧନର ଦେବୀ ମା’ ଲକ୍ଷ୍ମୀ ଏବଂ ଶ୍ରୀ ହରି ବିଷ୍ଣୁଙ୍କ ଆଶୀର୍ବାଦ ପାଇବେ।

ତୁଳସୀ ପୂଜା କିପରି କରିବେ- ଏହି ପୂଜା କରିବା ପାଇଁ ପ୍ରଥମେ ଆପଣ ସକାଳେ ଉଠି ସ୍ନାନ କରିବା ଜରୁରୀ । ତା’ପରେ ଆପଣ ମା’ଙ୍କୁ ହଳଦୀ, ନାଲି ସୂତା ଓ କୁଙ୍କୁମ ଅର୍ପଣ କରନ୍ତୁ। ଏହାପରେ ତୁଳସୀ ଗଛ ମୂଳରେ ଘିଅ ଦୀପ ଜଳାନ୍ତୁ।

ତୁଳସୀ ଗଛରେ ନାଲି କପଡା ବାନ୍ଧିବାର ଲାଭ- ହିନ୍ଦୁ ଧର୍ମରେ ନାଲି ସୂତାକୁ ସୁରକ୍ଷା ସୂତ୍ର ଭାବେ ବିବେଚନା କରାଯାଏ।

ଏହି ପରିସ୍ଥିତିରେ ଯଦି ଆପଣ ତୁଳସୀ ଗଛରେ ରକ୍ଷାସୂତ୍ର ବାନ୍ଧନ୍ତି। ତାହେଲେ ଏପରି କରିବା ଦ୍ୱାରା ଭଗବାନଙ୍କର ଆପଣଙ୍କ ଉପରେ ଆଶୀର୍ବାଦ ରହିଥାଏ।

ତୁଳସୀ ଗଛରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି- ଏହା ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ନିୟମିତ ଭାବରେ ତୁଳସୀ ଗଛ ପୂଜା କରାଯାଏ, ସେହି ଘରେ ଧନ ଦେବୀ ମା’ ଲକ୍ଷ୍ମୀ ବାସ କରନ୍ତି ।

ଏହା ବ୍ୟତୀତ ଯଦି ଆପଣ ପ୍ରତିଦିନ ତୁଳସୀ ଗଛରେ ମୂଳରେ ଘିଅ ଦୀପ ଜାଳନ୍ତି, ତେବେ ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ପରିପୂର୍ଣ୍ଣ ରହିଥାଏ।

ଶିବଲିଙ୍ଗରେ ତ୍ରିପୁଣ୍ଡରେ ଥିବା ତିନୋଟି ରେଖାର ଅର୍ଥ କଣ? ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ