ଆମର ହିନ୍ଦୁ ଧର୍ମ ଓ ହିନ୍ଦୁ ସଂସ୍କୃତି ବର୍ତ୍ତମାନ ଧ୍ବଂସ ହେବାକୁ ଯାଉଥିବା କଥା ମଧ୍ୟ ପ୍ରଚାର ହେଉଛି। ଏହାକୁ ସାଧାରଣ ଲୋକ ନିଜର ଅସ୍ମିତାର ପ୍ରଶ୍ନ ଭାବରେ ମଧ୍ୟ ନେଉଛନ୍ତି।

ହେଲେ ଆମ ଦେଶର ବିଦ୍ବାନ ଓ ପଣ୍ଡିତମାନେ ମାନିଲେଣି ଯେ ହିନ୍ଦୁ ଏକ ଧର୍ମ ନୁହେଁ ବରଂ ଏହା ଏକ ଜୀବନପଦ୍ଧତି। ଆସନ୍ତୁ ଜାଣିବା ହିନ୍ଦୁ ଶବ୍ଦର ଅର୍ଥ ଓ ଆରମ୍ଭର ଇତିହାସ।

ପ୍ରଥମେ ଆମେ ଦେଖିବା ଆମର ସର୍ବମାନ୍ୟ ଧର୍ମଗ୍ରନ୍ଥ ମାନଙ୍କରେ କେଉଁଠି ହିନ୍ଦୁ ଶବ୍ଦଟି ଅଛି। ସତକଥା ହେଉଛି - କେଉଁଠି ମଧ୍ୟ ନାହିଁ। ବେଦ, ଉପନିଷଦ, ମନୁସଂହିତା, ରାମାୟଣ, ମହାଭାରତ, ଗୀତା, ଭାଗବତ ଓ ଅନ୍ୟାନ୍ୟ ପୁରାଣରେ ହିନ୍ଦୁ ଶବ୍ଦର ଉଲ୍ଲେଖ ନାହିଁ।

ଧର୍ମଶାସ୍ତ୍ର ମାନଙ୍କରେ ଆର୍ଯ୍ୟ ଶବ୍ଦର ବହୁଳ ବ୍ୟବହାର ହୋଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ଆର୍ଯ୍ୟପୁତ୍ର, ମହାଭାରତର ସମସ୍ତ ମହାନାୟକ ମାନଙ୍କୁ (କେବଳ କୃଷ୍ଣଙ୍କ ବ୍ୟତୀତ) ଆର୍ଯ୍ୟ ବୋଲି ସମ୍ବୋଧିତ କରାଯାଇଛି। ଅର୍ଥାତ ସେତେବେଳେ ହିନ୍ଦୁ ନୁହେଁ ଆର୍ଯ୍ୟବର୍ତ୍ତ ଧର୍ମ ଥିଲା।

ଏହି ପ୍ରଶ୍ନ ଉଠୁଛି - ପୌରାଣିକ ଧର୍ମଗ୍ରନ୍ଥ ମାନଙ୍କରେ ବିଭିନ୍ନ ଦେବାଦେବୀ, ମାନବ-ଦାନବ, ପଶୁ-ପକ୍ଷୀ, ଆକାଶ, ପାତାଳ, ସ୍ବର୍ଗ, ନର୍କ, ଆତ୍ମା, ପରମାତ୍ମା ଇତ୍ୟାଦି ବିଷୟରେ ଅନେକ କିଛି ଲେଖାଯାଇଛି କିନ୍ତୁ ଏହି ଧର୍ମର ନାମ ହିନ୍ଦୁଧର୍ମ ବୋଲି ଲେଖାଯାଇ ନାହିଁ କାହିଁକି?

ତେଣୁ ପ୍ରଶ୍ନ ଉଠୁଛି - ଆମ ଧର୍ମର ନାମ ହିନ୍ଦୁ ଧର୍ମ ହେଲା କିପରି... ହିନ୍ଦୁ ଶବ୍ଦର ଅର୍ଥ କଣ?

ଭାରତର ଏକ ପ୍ରସିଦ୍ଧ ନଦୀ ଥିଲା ଯାହା ଭାରତରେ ପ୍ରବାହିତ ହୋଇଥିଲା। ଯାହାର ନାମ ଥିଲା ସିନ୍ଧୁ ନଦୀ।

ଭାରତ ଓ ପାକିସ୍ତାନ ବିଭାଜିତ ସମୟରେ ସିନ୍ଧୁ ନଦୀ ପାକିସ୍ତାନ ଅଂଶ ହୋଇଗଲା।

ଆମ ବେଦରେ ମଧ୍ୟ ସିନ୍ଧୁ ନଦୀ ବିଷୟରେ ଆଲୋଚନା କରାଯାଇଛି।

ଏହା ସେହି ଭୂମି, ଯେଉଁଠାରେ ଆର୍ଯ୍ୟ ବସବାସ କରୁଥିଲେ।

ଇରାନୀ ଭାଷାରେ ‘ସ୍’ ‘ହ୍’ ଅକ୍ଷରରେ ବଦଳିଯାଏ। ଏଥିପାଇଁ ସିନ୍ଧୁ ହିନ୍ଦୁରେ ପରିଣତ ହୋଇଗଲା।

ଏହାପରେ ଇରାନୀମାନେ ସିନ୍ଧୁ ନଦୀର ପୂର୍ବରେ ରହୁଥିବା ଲୋକଙ୍କୁ ହିନ୍ଦୁ କହିବା ଆରମ୍ଭ କରିଦେଇଥିଲେ।

ଏପରି ସିନ୍ଧୁରୁ ଉତ୍ପନ୍ନ ହୋଇଥିଲା ହିନ୍ଦୁ ଶବ୍ଦ।

ହେଲା ଆପଣ ଜାଣନ୍ତି କି ହିନ୍ଦ ଶବ୍ଦର ଅର୍ଥ ବହୁତ ଖରାପ ବୋଲି ଅନେକ ଲୋକ ଦାବି କରିଛନ୍ତି।

ଫାଶୀ ଦେବା ସମୟରେ ଦୋଷୀଙ୍କ କାନରେ କଣ କୁହେ ଜହ୍ଲାଦ?