ମଣିଷ ଲୋପ ପାଇବାର ପ୍ରସଙ୍ଗ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇଛି

ବୈଜ୍ଞାନିକମାନେ ମଣିଷ ଜାତି ଲୋପ ପାଇଯିବାର ପୂର୍ବାନୁମାନ କରିଛନ୍ତି 

ଏହି ଭବିଷ୍ୟବାଣୀରେ ଏହାର କାରଣ ଓ ତାରିଖ ମଧ୍ୟ ଜଣାଇ ଦେଇଛନ୍ତି

ଇଂଲଣ୍ଡର ବ୍ରିଷ୍ଟର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଅନୁସନ୍ଧାନରେ ଏହି ଦାବି କରିଛନ୍ତି

ଆଗାମୀ ୨୫ କୋଟି ବର୍ଷ ମଧ୍ୟରେ ମଣିଷ ଓ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ ବିଲୁପ୍ତ ହୋଇଯିବେ

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବୁଝି ବୈଜ୍ଞାନିକମାନେ ଏହାର ଆଧାରରେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି

ଭବିଷ୍ୟତରେ କାର୍ବନ୍ ଡାଇଅକ୍ସାଇଡ୍ ସ୍ତର ବର୍ତ୍ତମାନର ସ୍ତରଠାରୁ ଦ୍ୱିଗୁଣିତ ହୋଇପାରେ

ମଣିଷ ଓ ଅନ୍ୟ ପ୍ରଜାତିର ପ୍ରାଣୀମାନେ ଗରମ ସହିତ ଲଢିବା ଓ  ଶରୀରକୁ ଥଣ୍ଡା ରଖିବାରେ ଅସମର୍ଥ ହୋଇଯିବେ

ପୃଥିବୀ ଏପରି ଏକ ବିଶାଳ ମହାଦେଶରେ ପରିଣତ ହେବାକୁ ଯାଉଛି

 ଯେଉଁଠି ଆଗାମୀ ୨୫୦ ବର୍ଷ ମଧ୍ୟରେ ଏହାର ୮ରୁ ୧୬ ପ୍ରତିଶତ ଅଞ୍ଚଳରେ ଜୀବଜଗତ ରହିପାରିବେ