ଶ୍ରୀମନ୍ଦିର ଭିତରେ କେଉଁଠାରେ ଡାକିଲେ ଜଗନ୍ନାଥ ଦୁଃଖ ଶୁଣିଥାନ୍ତି

ଜଗତର ନାଥ ଜଗନ୍ନାଥ ସମସ୍ତଙ୍କ ଦୁଃଖ ହାରନ୍ତି ବୋଲି ତାଙ୍କୁ ପତିତପାବନ କୁହାଯାଏ

କାଳିଆ ଆଗରେ ଦୁଇ ହାତ ଟେକି ଭକ୍ତ ଜଣାଏ ନିଜ ମନର ଦୁଃଖ

କିନ୍ତୁ ଆପଣ ଜାଣିଛନ୍ତି କି ଜଗନ୍ନାଥ ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଅଛି, ଯେଉଁଠାରେ ଜଣେ ଶ୍ରଦ୍ଧାଳୁ ନିଜ ଦୁଃଖ ଜଣାଇଲେ ମହାବାହୁ ଶୁଣିଥାନ୍ତି

ଏଥି ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି । ମହାପ୍ରଭୁଙ୍କର ଯେତେ ପ୍ରକାର ବୈକୁଣ୍ଠ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ରହ୍ମ ବୈକୁଣ୍ଠ

ଏହି ବ୍ରହ୍ମ ବୈକୁଣ୍ଠ ମନ୍ଦିରରେ କେଉଁ ଦିଗରେ । ଆପଣ ଭିତରକୁ ପ୍ରବେଶ କରିବା ପରେ ପାଟ ଅଗଣା ଅଛି । ଏହା ବ୍ରହ୍ମ ବୈକୁଣ୍ଠ ମଧ୍ୟ କୁହାଯାଏ

ପାଟ ଅଗଣାରେ ବସି ଜଗନ୍ନାଥ ଜଣାଣ, ଭଜନ କୀର୍ତ୍ତନ କରାଯାଏ । ସେଠାରେ ଯିଏ ଜଗା ନାମ ସଂକୀର୍ତ୍ତନ କରନ୍ତି କିମ୍ବା ମହାପ୍ରଭୁଙ୍କୁ ଡାକନ୍ତି, ଭଗବାନ ଡାକ ଶୁଣନ୍ତି

ଏହିଠାରେ ରହି ମହାପ୍ରଭୁଙ୍କୁ ଡାକିଲେ ସେ କର୍ଣ୍ଣ ଦେଇ ଶୁଣନ୍ତି ବୋଲି କୁହାଯାଏ

ଯେତେବେଳେ ବଡ଼ ଦେଉଳ ଯାଉଛନ୍ତି, ସେତେବେଳେ ପାଟ ଅଗଣାରେ ବସି ଜଗନ୍ନାଥଙ୍କୁ ସ୍ମରଣ କରନ୍ତୁ

ଏହି ସୂଚନା ସାଧାରଣ ସୂଚନା ଉପରେ ଆଧାରିତ । ନ୍ୟୁଜ ୧୮ ଓଡ଼ିଆ ଏହାକୁ ନିଶ୍ଚିତ କରେ ନାହିଁ

ପୁରୁଷଙ୍କୁ ୨୦ ବର୍ଷ ଭଲି ଶକ୍ତି ଯୋଗାଇବ ଏହି ଛାୋଟ ଡଡ଼ିବୁଟି ବଟିକା