Indian King: ଭାରତ ଇତିହାସରେ ଏମିତି ଅନେକ ଶାସକ ଥିଲେ, ଯେଉଁମାନେ ସେମାନଙ୍କର ଅନନ୍ୟ ଏବଂ ଅଜବ କାମ ପାଇଁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯାଇଛନ୍ତି।

ତେବେ ଆଜି ଆମେ ଏମିତି ଜଣେ ରାଜାଙ୍କ ବିଷୟରେ ଜାଣିବା ଯିଏ କୁକୁରଙ୍କର ବିବାହର ବ୍ୟବସ୍ଥା କରୁଥିଲେ। ତେବେ ସେ ରାଜା କିଏ ଆସନ୍ତୁ ଜାଣିବା...

ଏପରି ଜଣେ ଶାସକ ଥିଲେ ଜୁନାଗଡ଼ର ମହମ୍ମଦ ମହାବତ ଖାନ ତୃତୀୟ ରସୁଲ ଖାନ ଜି।

ମହାବତ୍ ଖାନ୍ କୁକୁର ପାଳିବା ଏବଂ ସେମାନଙ୍କର ବିଶେଷ ଯତ୍ନ ନେବା ପାଇଁ ବେଶ୍ ଜଣାଶୁଣା।

 କୁହାଯାଏ ଯେ ମହାବତ୍ ଖାନ୍ ୮୦୦ରୁ ୧୦୦୦ କୁକୁର ରଖିଥିଲେ ଏବଂ ସେମାନଙ୍କ ସେବା ପାଇଁ ଜଣେ ଜଣେ ଚାକର ଥିଲେ।

ମହାବତ ଖାନ୍ ଥିଲେ କୁକୁରମାନଙ୍କ ବିବାହ ପାଇଁ ପ୍ରାୟ ୨.୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ଗୋଟିଏ କୁକୁରର ମୃତ୍ୟୁ ପରେ ରାଜ୍ୟରେ ଶୋକ ଘୋଷଣା କରିଥିଲେ ରାଜା।

ଶେଷରେ ମହାବତ୍ ଖାନ ରସୁଲ ଖାନ ସବୁ କିଥି ଛାଡି ପାକିସ୍ତାନକୁ ପଳାଇ ଯାଇଥିଲେ।