କିଏ ଥିଲେ ହିନ୍ଦୁସ୍ତାନର ପ୍ରଥମ ମହିଳା ଶାସକ। ଯିଏ ଆଣିଥିଲେ ଦିଲ୍ଲୀ ସଲତନତରେ ବଡ଼ ପରିବର୍ତ୍ତନ...

ହିନ୍ଦୁସ୍ତାନ ପ୍ରଥମ ମହିଳା ଶାସକ ଥିଲେ ରଜିୟା ସୁଲତାନ।

ଇତିହାସରେ ରଜିୟା ସୁଲତାନ କିମ୍ବା ରଜିୟା ସୁଲତାନା ନାମରେ ଜଣାଯାଉଥିଲା ଏହି ଶାସିକା।

ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ। ରଜିୟା ୧୨୩୬ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ।

ସେ ଇଲତୁତମିଶଙ୍କ ପୁତ୍ରୀ ଥିଲେ। ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ ରାଜକୁମାରୀଙ୍କ ପରି ସେନାଙ୍କର ନେତୃତ୍ୱ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା।

ରଜିୟା ସୁଲତାନ ମୁସଲିମ ଏବଂ ତୁର୍କୀ ଇତିହାସର ପ୍ରଥମ ମହିଳା ଶାସକ ଥିଲେ।

ସେ ଭାରତର ପ୍ରଥମ ଶାସିକା ଥିଲେ। ସେ ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସୁଲତାନଙ୍କୁ ସମ୍ଭାଳି ଥିଲେ। ତାଙ୍କର ପୂରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା।

ରଜିୟା ଗୁଲାମ ବଂଶର ସୁଲତାନ "ଇଲତୁତମିଶ"ଙ୍କ ପୁତ୍ରୀ ଥିଲେ। ଯେଉଁ ସମୟରେ ରଜିୟା ଗାଦିରେ ବସିଲେ, ତାଙ୍କର ଚତୁର୍ପାଶ୍ୱରେ ଘୋର ସଙ୍କଟର ଛାୟା ଘେରିରହିଥିଲା।

ଦିଲ୍ଲୀ ସଲ୍ଲନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ। ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ।

ରଜିୟା ଜଣେ ସାହସୀ, ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ। ସେଥିପାଇଁ ସେ ଧୀରେ-ଧୀରେ ସରଦାରମାନଙ୍କୁ ନିଜ ଆଡକୁ ମିଳାଇବାକୁ ଆରମ୍ଭ କରିଥିଲେ।

ପ୍ରସିଦ୍ଧ ଇତିହାସକାର "ମିନ୍ହାଜ-ଉସ-ମିରାଜ" ଲେଖିଥିଲେ କି , "ରଜିୟା ଜଣେ ମହାନ ଶାସକ, କୁଶାଗ୍ର ବୁଦ୍ଧି, ନ୍ୟାୟପ୍ରିୟ, ହିତକାରୀ , ବିଦ୍ୱାନ ମାନଙ୍କ ଆଶ୍ରୟଦାତା, ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସିକା।"

ସିଂହାସନରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢ଼ି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ।

ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ। ପଞ୍ଜାବ, ବଙ୍ଗଳା, ବିହାର ସହିତ ଦେଶର ଅଧିକାଂଶ ଭାଗରେ ତାଙ୍କ ଅଧିକାରକୁ ଚାଲିଆସିଥିଲା।

କେଉଁ ଭଗବାନଙ୍କୁ ପୂଜା କରନ୍ତି ଇସ୍ରାଏନବାସୀ?