ରାବଣଙ୍କ ପତ୍ନୀ ମନ୍ଦୋଦରୀ ଓ ପୁଅ ମେଘନାଥ ଓରଫ ଅକ୍ଷୟ କୁମାରଙ୍କ ବାବଦରେ ରାମାୟଣରେ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି

କିନ୍ତୁ ରାମାୟଣ କିମ୍ବା ରାମଚରିତ ମାନସରେ କୌଣସି ସ୍ଥାନରେ ରାବଣଙ୍କ ଝିଅ ବାବଗରେ କିଛି କଥା ଉଲ୍ଲେଖ ନାହିଁ

ରାମାୟଣର କିଛି ସଂସ୍କରଣରେ ରାବଣଙ୍କର ଝିଅ ବାବଦରେ ବର୍ଣ୍ଣନା ହୋଇଛି

ଥାଇଲାଣ୍ଡର ରାମକିୟେନ ରାମାୟଣ ଓ କମ୍ବୋଡ଼ିଆର ରାମକେର ରାମାୟଣରେ ରାବଣଙ୍କର ଝିଅ ବାବଦରେ ଉଲ୍ଲେଖ ରହିଛି

ତାଙ୍କ ଅନୁସାରେ, ରାବଣଙ୍କର ଗୋଟିଏ ଝିଅ ଥିଲେ ଯାହାଙ୍କ ନାମ ସୁବର୍ଣ୍ଣମଛା ବା ସୁବର୍ଣ୍ଣମତ୍ସ୍ୟା ଥିଲା

କୁହାଯାଏ କି ସୁବର୍ଣ୍ଣମତ୍ସ୍ୟା ଦେଖିବା ପାଇଁ ବହୁତ ସୁନ୍ଦର ଥିଲେ । ତାଙ୍କ ଶରୀର ସୁନା ଭଳି ଚମକୁଥିଲା

ରାମକିୟେନ ଓ ରାମକେର ରାମାୟଣ ଅନୁସାରେ, ରାମ-ରାବଣ ଯୁଦ୍ଧ ସମୟରେ ସମୁଦ୍ରରେ ପକାଯାଉଥିବା ପଥର ଗାଏବ ହୋଇଯାଉଥିଲା

ହନୁମାନ ଦେଖିଲେ ଯେ ଜଣେ ଝିଅର ନିର୍ଦ୍ଦେଶରେ କିଛି ଲୋକ ପଥର ଉଠାଇ ନେଇଯାଉଥିଲେ ।

ଯେତେବେଳେ ସୁବର୍ଣ୍ଣମତ୍ସ୍ୟା ହନୁମାନଙ୍କୁ ଦେଖିଲେ ତାଙ୍କୁ ପ୍ରେମ ହୋଇଯାଇଥିଲା 

ସେ କିଏ ବୋଲି ହନୁମାନ ତାଙ୍କୁ ପଚାରିଥିଲେ । ସେତେବେଳେ ସେ ନିଜକୁ ରାବଣର ଝିଅ ବୋଲି ପରିଚୟ ଦେଇଥିଲେ

ଏହି ସମୟରେ ହନୁମାନ କହିଥିଲେ ଯେ ରାବଣ ଅଧର୍ମ କରୁଛି । ଏହା ଶୁଣି ସୁବର୍ଣ୍ଣମତ୍ସ୍ୟା ସବୁ ପଥର ଫେରାଇ ଦେଇଥିଲେ । ପରେ ରାମ ସେତୁ ନିର୍ମାଣ ହୋଇଥିଲା

ଏଠାରେ ଦିଆଯାଇଥିବା ସୂଚନା ସାମାଜିକ ଓ ଧାର୍ମିକ ବିଶ୍ବାସ ଉପରେ ଆଧାରିତ । ନ୍ୟୁଜ ୧୮ ଓଡ଼ିଆ ଏହାକୁ ନିଶ୍ଚିତ କରେ ନାହିଁ

ଶ୍ରୀମନ୍ଦିରରେ ଏହି ସ୍ଥାନରେ ଡାକିଲେ ଭଗବାନ ଭକ୍ତର ଡାକ ଶୁଣନ୍ତି