ମହାଭାରତରେ କାହିଁକି ସବୁ ବିଧବା ମହିଳା ଗଙ୍ଗାକୁ ଡେଇଁ ନିଜ ଜୀବନ ଦେଇଥିଲେ

ମହାଭାରତ ଯୁଦ୍ଧ ପରେ ଦିନେ ମହର୍ଷି ବେଦ ବ୍ୟାସ ସହ ଆଶ୍ରମବାସୀ ଓ ହସ୍ତିନାପୁରର ସବୁ ଲୋକ ଯୁଦ୍ଧରେ ମରିଥିବା ସବୁ ଲୋକଙ୍କ ପାଇଁ ଶୋକରେ ବୁଡିଥିଲେ

ଏହା ଦେଖି ମହର୍ଷି ସମସ୍ତ ପରିଜନଙ୍କୁ କହିଲେ ଯେ ଯୁଦ୍ଧେ ବୀରଗତି ପ୍ରାପ୍ତ ହୋଇଥିବା ସବୁ ପ୍ରିୟ ସ୍ବର୍ଗ କିମ୍ବା ଅନ୍ୟ ଲୋକରେ ବାସ କରିଛନ୍ତି । ତଥାପି ଲୋକମାନଙ୍କ ଦୁଃଖ କମ ହେଲା ନାହିଁ 

ସେତେବେଳେ ବେଦ ବ୍ୟାସ ସବୁ ବିଧବା ମାନଙ୍କ କହିଲେ ଆଜି ରାତିରେ ସେମାନଙ୍କୁ ପରିଜନଙ୍କ ସହ ଭେଟ କରାଇଦେବ । ବ୍ୟାସଙ୍କର ଆଶ୍ରମ ଗଙ୍ଗା କୂଳରେ ଥିଲା

ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ହେବା ପରେ ମହର୍ଷି ବେଦ ବ୍ୟାସ ସବୁ ବିଧବାଙ୍କୁ ନେଇ ଗଙ୍ଗା କୂଳରେ ପହଞ୍ଚିଥିଲେ । ନିଜ ତପ ବଳରେ ମରିଥିବା ସବୁ ଯୋଦ୍ଧାଙ୍କୁ ଆବାହନ କରିଥିଲେ । 

ଏହା ପରେ ଜଣେ ଜଣେ ଗଙ୍ଗା ଜଳରୁ ବାହାରୁ ବାହାରକୁ ଆସିଥିଲେ । ନିଜ ମୃତ ପରିଜନଙ୍କୁ ସାମ୍ନାରେ ଦେଖି ପାଣ୍ଡବ ଓ ହସ୍ତିନାପୁରର ସବୁ ଲୋକ ଖୁସି ହୋଇଯାଇଥିଲେ

ସମସ୍ତେ ନିଜ ପରିଜନଙ୍କ ସହ କଥା ହେଲେ ଓ କିଛି ସମୟ ପରେ ଯୋଦ୍ଧାମାନେ ପାଣିରେ ଅଦୃଶ୍ୟ ହେବାକୁ ଲାଗିଲେ । ଏହା ଦେଖି ମହର୍ଷି କହିଥିଲେ ଯେଉଁମାନେ ନିଜ ସ୍ବାମୀଙ୍କ ସହ ଯିବାକୁ ଚାହୁଁଛନ୍ତି, ସେମାନେ ପବିତ୍ର ଜଳରେ ନିଜ ଜୀବନ ତ୍ୟାଗ କରିପାରିବେ

ମହର୍ଷିଙ୍କ କଥା ଶୁଣି ସବୁ ବିଧବା ସ୍ତ୍ରୀ ଗଙ୍ଗାକୁ ଡେଇଁ ପଡ଼ିଥିଲେ । ଏପରି ଭାବେ ସବୁ ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ସହ ଯାତ୍ରା କରିଥିଲେ

କୋଚ ଦାୟିତ୍ବରେ ରାହୁଲ ଦ୍ରାବିଡ଼, ଦରମା ଶୁଣିଲେ ହେବେ ଚକିତ