ମନ୍ଦିରରେ ପ୍ରବେଶ କରିବା ସମୟରେ ପାହାଚରୁ ଜୁହାର ହେବା ନିୟମ କେଉଁ କାଳରୁ ପ୍ରଚଳିତ ରହିଛି ।
ଈଶ୍ୱରଙ୍କ ସମୀପକୁ ଯିବା ପାଇଁ ଆମେ ଏହି ଶିଡ଼ିର ସାହାଯ୍ୟ ନେଇଥାଉ ।
ପାହାଚର ଆଭାର ପ୍ରକଟ କରି ଆମେ ପ୍ରଣାମ କରିଥାଉ ।
ମଣିଷ ମନ୍ଦିରର ଶିଡ଼ିକୁ ସ୍ପର୍ଶ କରିବା ଦ୍ୱାରା ତାର ଅହଂକାରର ବିନାଶ ହୋଇଥାଏ ।
ତେଣୁ ଆମେ ମନ୍ଦିର ଶିଡ଼ି ନିକଟରେ କୃତଜ୍ଞତା ଜଣାଇ ଭିତରକୁ ଯାଇଥାଉ ।
ଶିଡ଼ିକୁ ପ୍ରଣାମ କରିବା ଦ୍ବାରା ଆମ ମଧ୍ୟରେ ଆତ୍ମସମର୍ପଣ ଭାବ ଦେଖାଯାଇଥାଏ ।
ଏପରି କରିବା ଦ୍ୱାରା ଆମେ ନିଜର ଆତ୍ମା ଓ ଶରୀରକୁ ଈଶ୍ୱରଙ୍କୁ ସମର୍ପଣ କରିଥାଉ ।
ହିନ୍ଦୁ ମନ୍ଦିରର ଶିଡ଼ିରେ ମଧ୍ୟ ଦେବଦେବୀଙ୍କ ବାସ ହୋଇଥାଏ ।
ମନ୍ଦିରର ଶିଡ଼ିକୁ ଛୁଇଁବା ଦ୍ୱାରା ଜୀବନରେ ସକାରାତ୍ମକ ଭାବନା ଆସିଥାଏ ।
ଜୀବନ ସୁଖ ସମୃଦ୍ଧିରେ ଭରି ଯାଇଥାଏ ।
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଖଜୁରୀ- ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ
Learn more