ଦୁନିଆରେ ଅଛି ଏମିତି ଏକ ସ୍ଥାନ, ଯାହାକୁ ଦେଖିବା ମାତ୍ରେ ଲୋକଙ୍କ ପାଟିରୁ ବାହାରି ଯାଏ ଚିତ୍କାର। ଏହା ହେଉଛି ଦୁନିଆର ସବୁଠୁ ଭୟାନକ ସ୍ଥାନ।

ଦୁନିଆର ସବୁଠୁ ଭୟାନକ ସ୍ଥାନଟି ଇଟାଲୀର ଏକ ଦ୍ୱୀପ। ଯାହାକୁ 'ଆଇଲ୍ୟାଣ୍ଡ ଅଫ୍ ଡେଡ୍' କୁହାଯାଏ। କୁହାଯାଏ ଯେ ଏଠାକୁ ଯାଉଥିବା ଲୋକଙ୍କ ପାଇଁ ଜୀବନ୍ତ ଫେରିବା କଷ୍ଟକର।

ବାସ୍ତବରେ, ଇଟାଲୀର ପୋଭେଗଲିଆ ଦ୍ୱୀପ ସହିତ ଜଡିତ ଏକ ଭୟାନକ କାହାଣୀ ଅଛି, ଯେଉଁ କାରଣରୁ ଲୋକମାନେ ସେଠାକୁ ଯିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ।

ଦ୍ୱୀପପୁଞ୍ଜର ଏପରି ବ୍ୟବହାର ବ୍ଲାକ୍ ଡେଥ୍ ସମୟରେ ମଧ୍ୟ ଜାରି ରହିଥିଲା। ଲୋକମାନଙ୍କୁ ଏଠାରେ ଜୀବନ୍ତ ଦଗ୍ଧ କରାଯାଇଥିଲା। ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଏଠାରେ ସମାଧି ମଧ୍ୟ ଦିଆଯାଇଥିଲା।

ବାହାରୁ ଦେଖିବା ମାତ୍ରେ ଏହା ବହୁତ ଆକର୍ଷଣୀୟ ଓ ସୁନ୍ଦର ଦେଖାଯାଏ।

ହେଲେ ଯଦି ପାଖରୁ ଏହି ସ୍ଥାନ ଦେଖିବେ ତେବେ ଆପଣଙ୍କୁ ନିହାତି ଭୟ ଲାଗିବ।

ସେହିପରି ଏହି ଆଇଲ୍ୟାଣ୍ଡରେ ଏମିତି ଏକ ମହଲ ବି ଅଛି, ଯାହାର ନାମ ‘ନୁମା ବିଲ୍ଡିଂ’। ପୂର୍ବରୁ ଏହା ମେଣ୍ଟାଲ ଆସଇଲମ୍ ଥିଲା। କିନ୍ତୁ ବର୍ତ୍ତମାନ ଏହି କୋଠି ଦୁନିଆର ସବୁଠୁ ଭୟାନକ କୋଠିରେ ପରିଣତ ହୋଇଛି।

୧୯୨୨ ମସିହାରେ ଏହି ସହରରେ ପ୍ଲେଗ୍ ରୋଗ ମାହାମାରୀ ରୂପ ଧାରଣ କରିଥିଲା। ସେହିପରି ପ୍ଲେଗ୍ ରୋଗୀଙ୍କୁ ଏଠାରେ କ୍ବାରେଣ୍ଟାଇନ୍‌ରେ ରଖାଯାଉଥିଲା।

ସେହି ସମୟରେ ଏହି ସ୍ଥାନରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ।

ଏହାପରଠୁ ଏହି ଆଇଲ୍ୟାଣ୍ଡ ଜନଶୂନ୍ୟ ହୋଇଗଲା। ଆଉ ଏଠାରୁ ଭୂତଙ୍କ ଚିତ୍କାର ଶୁଣିବାକୁ ମିଳିଲା। ଯାହାପରେ ଲୋକମାନେ ଏହି ସ୍ଥାନକୁ ଯିବା ଆସିବା ବନ୍ଦ କରିଦେଲେ।

ଉତ୍ତର ଇଟାଲୀର ଭେନେଜେନିଆ ଲାଗୁନରେ ଅବସ୍ଥିତ ଏହି ଦ୍ୱୀପକୁ ପ୍ରବେଶ ନିଷେଧ। ସରକାର ଲୋକଙ୍କୁ ଯିବାକୁ ବାରଣ କରିଛନ୍ତି। ଲୋକମାନେ କେବଳ ନିଶା ଅମଳ ସମୟରେ ଏଠାକୁ ଯାଆନ୍ତି।

ମତ୍ସ୍ୟଜୀବୀ ମଧ୍ୟ ସନ୍ଧ୍ୟା ସମୟରେ ଏହି ଆଇଲ୍ୟାଣ୍ଡକୁ ଯିବାକୁ ଏବେ ବି ଡରୁଛନ୍ତି। ସେମାନଙ୍କ ବିଶ୍ବାସ ହେଲା ଯେ ସନ୍ଧ୍ୟା ପରେ ସେଠାରେ ଭୂତମାନେ ବୁଲନ୍ତି।

ମାଛ ଧରିବା ପାଇଁ ମଧ୍ୟ ଏହା ନିକଟକୁ ଯାଆନ୍ତି ନାହିଁ ମତ୍ସ୍ୟଜୀବୀ। କାରଣ ଅନେକ ଥର ମୃତ ମଣିଷର ଅସ୍ଥି ଜାଲରେ ଫସି ଯାଏ।

ପ୍ରଜାଙ୍କ ଖୁସି ପାଇଁ ଉଲଗ୍ନ ହୋଇ ବୁଲିଲେ ରାଣୀ...